Nirbachita Galpa ନିର୍ବାଚିତ ଗଳ୍ପ

Nirbachita Galpa ନିର୍ବାଚିତ ଗଳ୍ପ

Nirbachita Galpa ନିର୍ବାଚିତ ଗଳ୍ପ
Price: ₹499 - ₹474.00
(as of Jul 05, 2025 00:56:33 UTC – Details)



ମାନବୀୟ ଦୁର୍ବଳତାଗୁଡ଼ିକୁ ଅନନ୍ୟ ବୈଶ୍ୱିକ ବିଚାରବୋଧ ଓ କରୁଣା ଆଧାରରେ ଗପରେ ପରିବେଷଣ କରିବାରେ ଶ୍ରୀମତୀ ପ୍ରତିଭା ରାୟ ଅତ୍ୟନ୍ତ ନିପୁଣା। ସାଧାରଣ ମଣିଷଟିର ନୈତିକ ସୀମାରେଖା ଅତିକ୍ରମ କରିବାର ସୂକ୍ଷ୍ମାତିସୂକ୍ଷ୍ମ ମୁହୂର୍ତ୍ତଗୁଡ଼ିକୁ ଗାଳ୍ପିକା ଉଭୟ ସାହିତ୍ୟିକ ଓ କଥିତ ଭାଷାର ଯଥାଯଥ ବ୍ୟବହାର ଦ୍ୱାରା ଖୁବ୍ ସ୍ପଷ୍ଟ ଭାବରେ ଓ ସହୃଦୟତାର ସହ ଉପସ୍ଥାପନ କରିପାରିଛନ୍ତି। ଭାରତୀୟ କ୍ଷୁଦ୍ରଗଳ୍ପ ଜଗତରେ ପ୍ରତିଭା ରାୟ ଜଣେ ଅମ୍ଳାନ ପ୍ରତିଭା। – ପୁରସ୍କାର ପ୍ରଶସ୍ତି ପତ୍ର, କେନ୍ଦ୍ର ସାହିତ୍ୟ ଏକାଡେମି, ୨୦୦୦ ପ୍ରତିଭା ରାୟଙ୍କର କ୍ଷୁଦ୍ରଗଳ୍ପ ଜଗତ ବିପୁଳ ଓ ବିଚିତ୍ର। ପଚିଶିରୁ ଊର୍ଦ୍ଧ୍ୱ ଗଳ୍ପ ସଂକଳନରେ ସ୍ଥାନିତ ସହସ୍ରାଧିକ କ୍ଷୁଦ୍ରଗଳ୍ପରେ ତାଙ୍କର ଅନୁପମ ସୃଷ୍ଟି-ପ୍ରେରଣା ଓ ଶିଳ୍ପ-ନୈପୁଣ୍ୟର ପରିଚୟ ମିଳେ। କଥାନକ, ପୃଷ୍ଠଭୂମି, ଚରିତ୍ର ଚୟନ, ଗତିଶୀଳତା, ଉତ୍କଣ୍ଠା ଓ ଉପସଂହାର- ସବୁ ଦିଗରୁ ପ୍ରତିଭାଙ୍କ ଗଳ୍ପଗୁଡ଼ିକ ଅନନ୍ୟ। ନିତାନ୍ତ ସହଜ, ସରଳ, ପ୍ରତିନିୟତ ଘଟୁଥିବା ଛୋଟ ଛୋଟ କଥା ଓ ବ୍ୟଥା ତାଙ୍କ ଗଳ୍ପରେ ଅପରୂପ। ସେଥିରେ ତତ୍ତ୍ୱ-ଉପଦେଶ ନାହିଁ, ଅଥଚ ଗଳ୍ପଗୁଡ଼ିକ ପାଠକର ଅନ୍ତରରେ ଅତୃପ୍ତିର ଜିଜ୍ଞାସା ସୃଷ୍ଟିକରେ। ପଢ଼ିସାରିଲା ପରେ ମନେହୁଏ ଏହା ଅଶେଷ । ପ୍ରତିଭାଙ୍କ କ୍ଷୁଦ୍ରଗଳ୍ପର ଭାବବସ୍ତୁ ଉଦାର ମାନବବାଦ। ସାଧାରଣ ମଣିଷର ଅନ୍ତର ଭିତରେ ଲୁଚି ରହିଥିବା ଦରଦୀ ଅନୁକମ୍ପା, ଆତ୍ମୀୟତାକୁ ସେ ସହଜ ସୁନ୍ଦର ଭାବେ ନିଜ ଗଳ୍ପରେ ଚିତ୍ରଣ କରନ୍ତି। ନାରୀ ଜୀବନରେ ଅସହାୟତା ପରିବର୍ତ୍ତେ ସକଳ ପ୍ରତିକୂଳତାକୁ ଅତିକ୍ରମ କରିବା ପାଇଁ ଆତ୍ମବିଶ୍ୱାସ, ସତ୍ୟନିଷ୍ଠା ଓ ସଂକଳ୍ପଶକ୍ତି ଜାଗ୍ରତ କରିବା ତାଙ୍କ ଗଳ୍ପର ଚରିତ୍ରମାନଙ୍କର ଏକାନ୍ତ ଲକ୍ଷ୍ୟ। ତାଙ୍କ ଗଳ୍ପ ନୈରାଶ୍ୟ, ଅବକ୍ଷୟ ଓ ସଙ୍କଟର ନୁହେଁ, ବରଂ ଆନନ୍ଦ, ଆଲୋକ ଓ ସମ୍ଭାବନାର ସୂର୍ଯ୍ୟୋଦୟର। ‘ଉଲ୍ଲଂଘନ’ ଓ ‘ମୋକ୍ଷ’ ଏହାର ଅସାମାନ୍ୟ ଉଦାହରଣ। – ବସନ୍ତ କୁମାର ପଣ୍ଡା

Publisher ‏ : ‎ Odia Media Private Limited (14 July 2024); Odia Media Private Limited, M-6/51, Acharya Vihar, Bhubaneswar-751013
Paperback ‏ : ‎ 356 pages
ISBN-10 ‏ : ‎ 9395150734
ISBN-13 ‏ : ‎ 978-9395150736
Reading age ‏ : ‎ 18 years and up
Item Weight ‏ : ‎ 350 g
Dimensions ‏ : ‎ 13.97 x 21.59 x 2.54 cm
Country of Origin ‏ : ‎ India
Packer ‏ : ‎ Odia Media Private Limited, M-6/51, Acharya Vihar, Bhubaneswar-751013

Author: ram kumar

Leave a Reply

Your email address will not be published. Required fields are marked *